ମୋତେ ଏକ ନୂଆ ଭିଡିଓ ଗେମ୍ ଦରକାର

ମୋତେ ଏକ ନୂଆ ଭିଡିଓ ଗେମ୍ ଦରକାର

ଜୁନିୟର ଏବଂ ଏଡି ଏକ ଦୋକାନରେ ଅଛନ୍ତି ।
Juniorବାପା, ମୋତେ ଏକ ନୂଆ ଭିଡିଓ ଗେମ୍ ଦରକାର ।
Eddyନା ଜୁନିୟର, ତୁମକୁ ଗୋଟେ ନୂଆ ଭିଡିଓ ଗେମର ଆବଶ୍ୟକତା ନାହିଁ ।
Juniorଦୟାକର, ଏହି ଭିଡିଓ ରୋବୋଟ୍ ଖେଳଟି ବହୁତ ମଜାଦାର ।
Eddyଜୁନିୟର, ତୁମେ ଏହା ଚାହୁଁଛ କିନ୍ତୁ ତୁମକୁ ଏହି ଭିଡିଓ ଗେମ୍ ଦରକାର ନାହିଁ ।
Juniorଠିକ୍ ଅଛି, ମୁଁ ଏହା ଚାହୁଁଛି, ଆମେ ଏହାକୁ କିଣି ପାରିବା କି?
Eddyନା… ଘରେ ତୁମର ବହୁତ ଭିଡିଓ ଗେମ୍ ଅଛି ।
Juniorହଁ, ହଁ, ଠିକ୍ ଅଛି, ଆମେ ଘରକୁ ଯିବା?
Eddyନା, ଆମେ ବିକ୍ରମର ଘରକୁ ଯିବା ।
Juniorକାହିଁକି ତାଙ୍କ ଘର ? ଭାରି ବିରକ୍ତିକର!
Eddyକିନ୍ତୁ ତାଙ୍କର ଟିଭି ବଡ଼ ଏବଂ ମୁଁ ଫୁଟବଲ ଖେଳ ଦେଖିବାକୁ ଚାହୁଁଛି ।
Juniorବାପା, ତୁମେ ଖେଳ ଦେଖିବାକୁ ଚାହୁଁଛ କିନ୍ତୁ ତୁମର ଖେଳ ଦେଖିବା ଅନାବଶ୍ୟକ ।