ବିକ୍ରମ ଏବଂ ପ୍ରୀତି ସପିଂ କରିବାକୁ ଯାଆନ୍ତି ।
ଆମକୁ ସୁପରମାର୍କେଟରେ କ'ଣ ସବୁ କିଣିବାକୁ ପଡିବ?
ଆମକୁ କ୍ଷୀର, ଚାଉଳ, ମଟର ଡାଲି ଦରକାର…
ବିକ୍ରମ, ଦେଖ, ଇଏ ସେହି ଲୋକ ।
କେଉଁଠାରେ, କିଏ?
ତୁମର ଅତିପ୍ରିୟ ବାସ୍କେଟବଲ୍ ଖେଳାଳି ।
ଇଏ ସେ ଲୋକ ନୁହେଁ ।
ହଁ, ଇଏ ସେହି ଲୋକ, ଯା’ଅ ତାଙ୍କ ସହିତ କଥା ହୁଅ ।
ନା, ମୋତେ ବହୁତ ନର୍ଭସ ଲାଗୁଛି!
କିନ୍ତୁ ବିକ୍ରମ ଦେଖ…
ତୁମ ପାଖରେ ସମାନ ଜୋତା ଅଛି!"ବାସ୍କେଟବଲ୍" ଖେଳାଳି ବିକ୍ରମ ଏବଂ ପ୍ରୀତିଙ୍କ ଆଡକୁ ଅନାଇଲେ ।
ଓଃ, ନା, ପ୍ରୀତି ସେ ଆମ ଆଡକୁ ଅନାଇଛନ୍ତି ।
ହଁ, ଆଉ ସେ ଏଠାକୁ ଆସୁଛନ୍ତି ।
ମୁଁ ଏବେ କ'ଣ କରିବି?
ତାଙ୍କ ସହିତ କଥା ହୁଅ ।
ମୋତେ ଯିବାକୁ ହେବ ।
ହେ!
ଆଜ୍ଞା!
ମୋତେ ତୁମର ଜୋତା ପସନ୍ଦ ଆସୁଛି ।