ବାସ୍କେଟବଲ୍ ଖେଳାଳି

ବାସ୍କେଟବଲ୍ ଖେଳାଳି

ବିକ୍ରମ ଏବଂ ପ୍ରୀତି ସପିଂ କରିବାକୁ ଯାଆନ୍ତି ।
Pritiଆମକୁ ସୁପରମାର୍କେଟରେ କ'ଣ ସବୁ କିଣିବାକୁ ପଡିବ?
Vikramଆମକୁ କ୍ଷୀର, ଚାଉଳ, ମଟର ଡାଲି ଦରକାର…
Pritiବିକ୍ରମ, ଦେଖ, ଇଏ ସେହି ଲୋକ ।
Vikramକେଉଁଠାରେ, କିଏ?
Pritiତୁମର ଅତିପ୍ରିୟ ବାସ୍କେଟବଲ୍ ଖେଳାଳି ।
Vikramଇଏ ସେ ଲୋକ ନୁହେଁ ।
Pritiହଁ, ଇଏ ସେହି ଲୋକ, ଯା’ଅ ତାଙ୍କ ସହିତ କଥା ହୁଅ ।
Vikramନା, ମୋତେ ବହୁତ ନର୍ଭସ ଲାଗୁଛି!
Pritiକିନ୍ତୁ ବିକ୍ରମ ଦେଖ…
Pritiତୁମ ପାଖରେ ସମାନ ଜୋତା ଅଛି!
"ବାସ୍କେଟବଲ୍" ଖେଳାଳି ବିକ୍ରମ ଏବଂ ପ୍ରୀତିଙ୍କ ଆଡକୁ ଅନାଇଲେ ।
Vikramଓଃ, ନା, ପ୍ରୀତି ସେ ଆମ ଆଡକୁ ଅନାଇଛନ୍ତି ।
Pritiହଁ, ଆଉ ସେ ଏଠାକୁ ଆସୁଛନ୍ତି ।
Vikramମୁଁ ଏବେ କ'ଣ କରିବି?
Pritiତାଙ୍କ ସହିତ କଥା ହୁଅ ।
Vikramମୋତେ ଯିବାକୁ ହେବ ।
Taxi Driverହେ!
Vikramଆଜ୍ଞା!
Taxi Driverମୋତେ ତୁମର ଜୋତା ପସନ୍ଦ ଆସୁଛି ।