ମୁଁ ଗୋଟିଏ କୁକୁର ଚାହୁଁଛି

ମୁଁ ଗୋଟିଏ କୁକୁର ଚାହୁଁଛି

Juniorବାପା, ଆମକୁ ଆଲୋଚନା କରିବାର ଅଛି ।
Juniorମୁଁ ଗୋଟିଏ କୁକୁର ଚାହୁଁଛି ।
Eddyଜୁନିୟର, କୁକୁର ରଖିବା ଏକ ବଡ କାର୍ଯ୍ୟଭାର ।
Juniorବାପା ଦୟାକର, ମୁଁ ବହୁତ ଦାୟିତ୍ୱବାନ୍ ।
Eddyଆଚ୍ଛା, ହଉ ।
Eddyତା'ହେଲେ ତୁମକୁ କାର୍ ସଫା କରିବାକୁ ପଡିବ…
Juniorଠିକ୍ ଅଛି!
Eddy… ଗାଧୁଆଘର ଧୋଇବାକୁ ହେବ…
Juniorହଉ…
Eddy… ଆଉ ଝରକା ଧୋଇବାକୁ ହେବ!
Juniorଓଃ, ନା…
ତିନି ଘଣ୍ଟା ପରେ ଜୁନିୟର ସଫାସଫି ସାରିଦେଲେ ।
Juniorବାପା, ଦେଖ!
Eddyବହୁତ ଭଲ, ତୁମେ ବହୁତ ଦାୟିତ୍ୱବାନ୍ ।
Eddyଏବେ ତୁମେ ଗୋଟିଏ କୁକୁର ରଖିପାରିବ ।
Juniorନା ଧନ୍ୟବାଦ, ମୁଁ କୁକୁର ଚାହେଁ ନାହିଁ…
Eddyକାହିଁକି ନୁହେଁ?
Juniorମୁଁ ବହୁତ କ୍ଳାନ୍ତ, ମୁଁ ଦାୟିତ୍ୱବାନ୍ ହେବାକୁ ଚାହେଁ ନାହିଁ ।