ଆପଣ ମୋର ଫଟୋ ଉଠାଇପାରିବେ କି?

ଆପଣ ମୋର ଫଟୋ ଉଠାଇପାରିବେ କି?

ଜାରୀ ସ୍କୁଲରେ ତାଙ୍କର କଳା ଶିକ୍ଷକ ଓସ୍କାରଙ୍କୁ ଦେଖିଲେ।
Zariଦୟାକରି, ଆପଣ ମୋର ଗୋଟିଏ ଫଟୋ ଉଠାଇପାରିବେ?
Oscarକାହିଁକି?
Zariମୋର ସୋସିଆଲ ମିଡିଆ ପାଇଁ ଦରକାର।
Oscarକିନ୍ତୁ ଜାରୀ, ଅନ୍ୟ ଶିକ୍ଷକମାନଙ୍କ ସହିତ ଏକ ବୈଠକରେ ଯୋଗ ଦେବା ପାଇଁ ମୋର ଡେରି ହୋଇଗଲାଣି।
Zariଦୟାକରି!
Oscarଆଚ୍ଛା, ଠିକ୍ ଅଛି!
Zariଧନ୍ୟବାଦ, ଏଇ ମୋ ଫୋନ୍ ନିଅନ୍ତୁ।
Oscarଠିକ୍ ଅଛି।
Zariଟିକେ ରୁହନ୍ତୁ, ମୁଁ ଭଲ ଦେଖାଯାଉଛି?
Oscarମୁଁ ଜାଣିନି।
Zariହୁଁ, ମୁଁ ସବୁବେଳେ ସେମିତି ଭଲ ଦେଖାଯାଏ।
Oscarପରଫେକ୍ଟ!
Zariରୁହନ୍ତୁ,… କବାଟ ପାଖରେ ଅଥବା କବାଟ ସାମ୍ନାରେ?
Oscarକବାଟ ପାଖରେ।
Zariହୁଁ, ମୋତେ କବାଟ ସାମ୍ନା ବେଶି ପସନ୍ଦ ଆସୁଛି।
Oscarଜାରୀ!
Zariଠିକ୍ ଅଛି, ଏବେ ଫଟୋ ଉଠାନ୍ତୁ।
ଓସ୍କାର ଗୋଟିଏ ଫଟୋ ଉଠାଇଲେ।
Zariଧନ୍ୟବାଦ!
Zariରୁହନ୍ତୁ... ମୁଁ ମୋ ନିଜର ଫଟୋ ଉଠାଇବାକୁ ଚାହୁଁଥିଲି, ଆପଣଙ୍କ ଫଟୋ ନୁହେଁ।
Zariଓଃ... ନା, ଏହା ପବ୍ଳିସ୍ ହୋଇସାରିଲାଣି!
Oscarଓଃ…
Zariଆଚ୍ଛା, ଦେଖନ୍ତୁ ପଚାଶ ଜଣ ଲୋକ ଆପଣଙ୍କ ଫଟୋକୁ ପସନ୍ଦ କରିଛନ୍ତି।