ମୁଁ ପିଜ୍ଜା ଚାହେଁ ।

ମୁଁ ପିଜ୍ଜା ଚାହେଁ ।

ଲିନ୍ ତାଙ୍କ ଘରକୁ ଚାଲିଚାଲି ଯାଉଛନ୍ତି।
ତାଙ୍କ ପାଖରେ ଦୁଇଟି ପିଜ୍ଜା ଅଛି।
ସେ ଗଳି ରାସ୍ତାରେ ଓସ୍କାରକୁ ଦେଖିଲେ।
Oscarହେଲୋ ଲିନ୍, ଆଉ ସେସବୁ ପିଜ୍ଜା?
Linମୁଁ ସେଗୁଡିକୁ ଏମିଲିଓଙ୍କ ରେଷ୍ଟୁରାଣ୍ଟରୁ ଆଣିଛି।
Oscarମୁଁ ସେହି ରେଷ୍ଟୁରାଣ୍ଟକୁ ବହୁତ ପସନ୍ଦ କରେ।
Oscarମୁଁ ମଧ୍ୟ ପିଜ୍ଜା ଚାହେଁ!
Linଆଚ୍ଛା, କିନ୍ତୁ ରେଷ୍ଟୁରାଣ୍ଟ ଏବେ ବନ୍ଦ ହୋଇସାରିଛି।
Oscarଓଃ, ନା...
Oscarତୁମ ପାଖରେ ଦୁଇଟି ପିଜ୍ଜା ଅଛି, ମୁଁ (ତୁମଠାରୁ) ସେଥିରୁ ଗୋଟେ ପିଜ୍ଜା କିଣିପାରେ କି?
Linନା, ମୁଁ ଦୁଃଖିତ, ଗୋଟିଏ ମୋ ଜେଜେମା ଲୁସି ପାଇଁ ଏବଂ ଅନ୍ୟଟି ମୋ ପାଇଁ।
Oscarହୁଁ... ମୁଁ ତୁମ ପିଜ୍ଜାରୁ ଟିକିଏ ଖାଇପାରେ କି?
Linଆରେ… ନା, ଓସ୍କାର, ଏହା ଅଦ୍ଭୁତ।
ଲିନ୍ ଚାଲିଯାଏ।
Oscarଏବେ ମୁଁ ପ୍ରକୃତରେ ସେହି ରେଷ୍ଟୁରାଣ୍ଟରୁ ପିଜ୍ଜା ଚାହୁଁଛି।
ଓସ୍କାର ଫୋନରେ ଜଣଙ୍କୁ କଲ୍ କରନ୍ତି।
Oscarହେଲୋ ଲୁସି, ମୁଁ ଓସ୍କାର, ତୁମର ରାତ୍ରୀ ଭୋଜନର ଯୋଜନା ଅଛି?
Lucyହଁ, ଲିନ୍ ସହିତ ପିଜ୍ଜା, ତୁମେ ଆମ ସହିତ ଖାଇବାକୁ ଚାହୁଁଛ?
Oscarହଁ, ଠିକ୍ ଅଛି, ବହୁତ ଧନ୍ୟବାଦ।