ଜାରୀ ଏବଂ ଲିଲି ସ୍କୁଲରେ।
ଲିଲି, ମୋତେ ଡର ଲାଗୁଛି, ମୁଁ ମୋ ଡାଏରୀ ଖୋଜି ପାଉନାହିଁ।
ଆଉ... ଏଥିରେ ସମସ୍ୟା କ'ଣ?
ମୁଁ ମୋ ଡାଏରୀରେ ମିଗୁଏଲଙ୍କ ବିଷୟରେ ଲେଖେ।
ମିଗୁଏଲ? ଆମ ଶ୍ରେଣୀର ସେହି ପୁଅପିଲା?
ହଁ, ମୋତେ ମୋ ଡାଏରୀ ଖୋଜିବାକୁ ହେବ।
ଆଚ୍ଛା... ଠିକ୍ ଅଛି।ସେମାନେ ଡାଏରୀ ଖୋଜିଲେ।
ମୁଁ ଦୁଃଖିତ, ମୁଁ ତୁମ ଡାଏରୀ ଖୋଜି ପାଉନାହିଁ।
ଏହା ମୋ ଜୀବନର ସବୁଠାରୁ ଖରାପ ଦିନ!ସେମାନେ ମିଗୁଏଲକୁ ଦେଖିବା ସହିତ ତାଙ୍କ ହାତରେ ଏକ ଗୋଲାପୀ ଡାଏରୀ ଧରିଥିବାର ଦେଖିଲେ।
ଓଃ, ନା, ଇଏ ମିଗୁଏଲ୍, ଆଉ ତାଙ୍କ ପାଖରେ ମୋ ଡାଏରୀ ଅଛି।
ହେଲୋ ଜାରୀ, ଏଇଟା ତୁମ ଡାଏରୀ?
ଆରେ.... ନା।
କିନ୍ତୁ ଏଥିରେ ତୁମ ନାମ ଅଛି।
ହଁ, ଏହା ମୋର ଡାଏରୀ କିନ୍ତୁ...
ଚିନ୍ତା କରିବାର ନାହିଁ, ମୁଁ ତୁମ ହାତଲେଖା ପଢିପାରୁନାହିଁ।
ଆଚ୍ଛା, ପରଫେକ୍ଟ।
ହଉ, ତୁମେ ଶୁକ୍ରବାର ଦିନ ମୋ ସହିତ ସିନେମା ଥିଏଟରକୁ ଯିବାକୁ ଚାହୁଁଛ କି?
ହଁ।
ତା’ହେଲେ ତୁମ ସହିତ ଶୁକ୍ରବାର ଦେଖା ହେବ, ଗୁଡ୍ବାଏ।
ଗୁଡ୍ବାଏ।
ଲିଲି, ଏହା ମୋ ଜୀବନର ସବୁଠାରୁ ଭଲ ଦିନ।