ଏହା ପିଲାମାନଙ୍କ ପାଇଁ ନୁହେଁ

ଏହା ପିଲାମାନଙ୍କ ପାଇଁ ନୁହେଁ

ଏଡି କାମରେ ଥିବାରୁ ଜାରୀ ଜୁନିୟରଙ୍କ ସହିତ ଅଛନ୍ତି।
Juniorଜାରୀ, ଚାଲ ଆମେ ଦୁହେଁ ତୁମ ଭିଡିଓ ଗେମରେ ଖେଳିବା।
Zariଓଃ… ନା, ତୁମ ବାପା ଜଲଦି ଆସିପାରନ୍ତି, ତେଣୁ ମୋତେ ଏବେ ଘର ସଫା କରିବାକୁ ହେବ।
Juniorଆଚ୍ଛା, ମୁଁ ତୁମ ବିନା ତୁମର ଭିଡିଓ ଗେମ୍ ଖେଳିପାରିବି କି?
Zariମୁଁ ଦୁଃଖିତ, ମୋ ଭିଡିଓ ଗେମ୍ ପିଲାମାନଙ୍କ ପାଇଁ ନୁହେଁ।
Juniorମୁଁ ଛୋଟପିଲା ନୁହେଁ!
Zariହୁଁ... ଆଚ୍ଛା ବୟସ୍କମାନେ ବାସନକୁସନ ସଫା କରନ୍ତି।
Juniorବାସନକୁସନ କିପରି ସଫା କରାଯାଏ, ମୋତେ ଜଣା।
ଜୁନିୟର ବାସନକୁସନ ସଫା କରିବା ଆରମ୍ଭ କରିଦେଲେ।
Juniorଦେଖିଲ?
Zariବୟସ୍କମାନେ ଟେବୁଲ ସଫା କରନ୍ତି।
Juniorଟେବୁଲ କିପରି ସଫା କରାଯାଏ, ତାହା ମୋତେ ଜଣା।
ଜୁନିୟର ଟେବୁଲ ସଫା କରନ୍ତି।
Zariବହୁତ ଭଲ, ହଉ ତୁମେ ଏବେ ଜଣେ ବୟସ୍କ ଲୋକ।
Juniorଏବେ ଆମେ ଦୁଇ ଜଣ ତୁମ ଭିଡିଓ ଗେମ୍ ଖେଳିବା?
Zariଆରେ... ନା ଏବେ ନ’ଟା ବାଜିଲାଣି, ତୁମେ ଯାଅ ଶୋଇବ।
Juniorକିନ୍ତୁ ମୁଁ ଜଣେ ବୟସ୍କ ଆଉ ବୟସ୍କମାନେ ଡେରିରେ ଶୋଇବାକୁ ଯାଆନ୍ତି।