
ଅତ୍ୟନ୍ତ ବିପଦପୂର୍ଣ୍ଣ
ମୁଁ ପାରିବିନି ଲିଲି।
ହଁ, ତୁମେ ପାରିବ, ଚିନ୍ତା କର ନାହିଁ।
ମୋତେ ଡର ଲାଗୁଛି, ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ।
ମୁଁ ଯିବାକୁ ଚାହୁଁନାହିଁ।
ଜାରୀ, ଆମର ସବୁ ଠିକ୍ ହୋଇଯିବ।
ଆଉ ତୁମେ ତାହା କେମିତି ଜାଣିଲ?
ଆଚ୍ଛା, ବହୁତ ଲୋକ ଏହା କରନ୍ତି।
ଜାରୀ, ସବୁକିଛି ଠିକ୍ ହୋଇଯିବ।
ମୁଁ ଏଇଠି ତୁମ ସାଥୀରେ ଅଛି , ଆଉ ଆମେ ଦୁଇ ଜଣ ଏକାଠି ଯିବା।
ଧନ୍ୟବାଦ ଲିଲି, ତୁମେ ଜଣେ ଭଲ ବନ୍ଧୁ।
ଠିକ୍ ଅଛି।
ମୁଁ ଭାବୁଛି ମୁଁ ଏବେ ପ୍ରସ୍ତୁତ।
ତୁମେ ରୋଲରକୋଷ୍ଟର ଚଢିବାକୁ ଯିବ କିମ୍ବା ନାହିଁ?
ସେଠାରେ ବହୁତ ଲୋକ ଅପେକ୍ଷା କରିଛନ୍ତି।
ଏହା ଦେଶର ସବୁଠାରୁ ଉଚ୍ଚ ଏବଂ ପୁରୁଣା ରୋଲରକୋଷ୍ଟର।
ରୁହ, ସବୁଠାରୁ ଉଚ୍ଚ ଏବଂ ପୁରୁଣା ?
ଠିକ୍ ଅଛି, ମୁଁ ଯାଉଛି ଚଢିବି!
ଆଉ ମୋର ସାଙ୍ଗ ଲିଲି ମୋ ସହିତ ଆସିବ!
ରୁହ.. ଲିଲି? ତୁମେ କାହିଁକି ଦୌଡୁଛ ? ତୁମେ କୁଆଡେ ଯାଉଛ?
ମୁଁ ଦୁଃଖିତ ଜାରୀ, ମୁଁ ସେହି ରୋଲରକୋଷ୍ଟର ଚଢିବାକୁ ଚାହୁଁନାହିଁ।
ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ।