ଏଡି ତାଙ୍କ ପଡୋଶୀ ବିକ୍ରମଙ୍କୁ ବିମାନବନ୍ଦରରୁ ନେବାକୁ ଆସିଛନ୍ତି।
ହେଲୋ ଏଡି, ଆସିଥିବା ହେତୁ ଧନ୍ୟବାଦ।
ତୁମକୁ ସ୍ୱାଗତ, କିନ୍ତୁ… ମୁଁ ତୁମକୁ କିଛି କହିବାକୁ ଚାହୁଁଛି ବିକ୍ରମ।
ସବୁକିଛି ଠିକ୍ ଅଛି, ଏଡି?
ହଁ.. ବିକ୍ରମ ମୁଁ ତୁମ ଗଛରେ ପାଣି ଦେଉଛି।
ବହୁତ ବହୁତ ଧନ୍ୟବାଦ।
କିନ୍ତୁ ତୁମ ଗଛଗୁଡିକ ଏବେ ମୃତ।
କ'ଣ? କିନ୍ତୁ କିପରି, ମୁଁ ମାତ୍ର ଗୋଟିଏ ସପ୍ତାହ ପାଇଁ ବୁଲିବାକୁ ଯାଇଥିଲି?ସେମାନେ ବିକ୍ରମଙ୍କ ଆପାର୍ଟମେଣ୍ଟରେ ପହଞ୍ଚିବା ପରେ ଗଛଗୁଡିକୁ ଦେଖିବାକୁ ଗଲେ।
ଏହି ଗଛ ସବୁଜ ଥିଲା, ଆଉ ଏବେ ଏହା ଧୂସର ହେଇଯାଇଛି।
ହଁ, ସେହି ଗଛ ମରିଯାଇଛି।
ଆଉ ଏହି ଗଛ ନାଲି ଥିଲା, ଆଉ ଏବେ ଏହା ଧୂସର ହେଇଯାଇଛି।
ଏଡି, ତୁମେ ମୋ ଗଛଗୁଡିକ ସହିତ କ'ଣ କରିଛ?
ମୁଁ ଜାଣିନାହିଁ, ମୁଁ ତୁମ ଗଛଗୁଡିକରେ ଦିନକୁ ତିନିଥର ପାଣି ଦେଇଛି।
ଦିନକୁ ତିନିଥର? ମୁଁ ତୁମକୁ କହିଥିଲି ସପ୍ତାହକୁ ତିନିଥର।
ଓଃ.. ମୁଁ ଦୁଃଖିତ।
ବିକ୍ରମ ଦେଖ, ଏହି ଗଛ ଧୂସର ହୋଇନାହିଁ, ଏହା ସବୁଜ ଅଛି।
ଏଡି ସେହି ଗଛ ପ୍ଳାଷ୍ଟିକରେ ତିଆରି।