ଗୋଟେ ଜିନିଷ

ଗୋଟେ ଜିନିଷ

ଲୁସି ତାଙ୍କର ନାତୁଣୀ ଲିନ୍ ସହିତ ଘରେ ଅଛନ୍ତି ।
Lucyଓଃ, ନା! ମୋତେ ମୋ ସ୍ୟାଣ୍ଡୱିଚ୍ ପାଇଁ ପାଉଁରୁଟି ଆବଶ୍ୟକ ।
Linତୁମେ ସୁପରମାର୍କେଟକୁ ଯାଉଛ କି?
Lucyହଁ ।
Linଆଚ୍ଛା, ମୋ ପାଇଁ ସୁପରମାର୍କେଟରୁ ଗୋଟେ ଜିନିଷ ଆଣିବ ।
Lucyକ’ଣ?
Linଗୋଟେ ଟମାଟୋ, ଦୟାକରି ।
Linଏହା ମୋ ସାଲାଡ୍ ପାଇଁ ।
Lucyଠିକ୍ ଅଛି ।
Linଧନ୍ୟବାଦ!
Linହଁ! ଆହୁରି ମଧ୍ୟ ମୋର ତିନୋଟି ସେଓ ଦରକାର ।
Lucyଠିକ୍ ଅଛି ।
Lin… ଆଉ କମଳା ଜୁସ୍…
Lucyଲିନ୍…
Lin… ଏବଂ କ୍ଷୀର ଦୟାକରି ।
Lucyହୁଁ, ମୋତେ ଗୋଟେ ଉପାୟ ମିଳିଗଲା ।
Lucyଲିନ୍, ଏଇଠି ଟଙ୍କା ରହିଲା ।
Linକ’ଣ?
Lucyମୁଁ ସୁପରମାର୍କେଟରୁ ଗୋଟେ ଜିନିଷ ଚାହେଁ, ପାଉଁରୁଟି ।