ମଧୁଚନ୍ଦ୍ରିକା

ମଧୁଚନ୍ଦ୍ରିକା

ଆନା ଗୋଟେ ଟାକ୍ସି ଭିତରେ ବସିଛନ୍ତି ।
Taxi Driverନମସ୍କାର, ସୁପ୍ରଭାତ!
Anaଆଜ୍ଞା, ମୋତେ ଏୟାର୍‍‍‍ପୋର୍ଟକୁ ଯିବାକୁ ହେବ, ଦୟାକରି ।
Taxi Driverଠିକ୍ ଅଛି ।
Taxi Driverଭ୍ରମଣରେ ଆସିଛନ୍ତି?
Anaନା ଭ୍ରମଣ ପାଇଁ ଆସିନାହିଁ ।
Anaମୋ ପାଖରେ ମାଦ୍ରିଦ୍ ପାଇଁ ଗୋଟିଏ ଟିକେଟ୍ ଅଛି ।
Anaଆଚ୍ଛା, ଦୁଇଟି ଟିକେଟ୍ ।
Taxi Driverମାଦ୍ରିଦ୍ ମୋର ସବୁଠାରୁ ପସନ୍ଦର ସହର! ଏହା ବହୁତ ମନୋରମ ।
Anaଏହା ମୋର ମଧୁଚନ୍ଦ୍ରିକା ।
Taxi Driverଆଚ୍ଛା, ଆପଣଙ୍କ ସ୍ୱାମୀ କେଉଁଠାରେ ଅଛନ୍ତି?
Anaମୋର କେହି ସ୍ୱାମୀ ନାହାଁନ୍ତି । ମୋର ଜଣେ ବହୁତ କଷ୍ଟଦାୟକ ସ୍ତ୍ରୀ ଅଛି ।
Anaସେ ମୋ ସହିତ ମାଦ୍ରିଦ୍‍‍‍‍‍‍‍‍‍‍‍‍କୁ ଯିବାକୁ ଚାହୁଁନାହିଁ ।
Anaମୁଁ ବହୁତ ଦୁଃଖରେ ଅଛି ।
Taxi Driverଆଚ୍ଛା, ମୁଁ ଦୁଃଖିତ ।
Taxi Driverଆଚ୍ଛା, ଆମେ ଏବେ ଏୟାର୍‍‍‍ପୋର୍ଟରେ ।
ଜଣେ ସ୍ତ୍ରୀ ଲୋକ ଏକ ସ୍ୟୁଟ‍କେଶ ସହିତ ଟାକ୍ସି ଆଡକୁ ଦୌଡିଲେ ।
Anaସଲ୍‍ମା?
Selmaଆନା!
Selmaମୁଁ ବହୁତ ଦୁଃଖିତ!
Selmaମୁଁ ତୁମକୁ ଭଲପାଏ ।
Anaମୁଁ ବି ତୁମକୁ ଭଲପାଏ ।
Selmaଚାଲ, ମାଦ୍ରିଦ୍‍‍‍‍‍‍‍‍‍‍‍‍କୁ ଯିବା ।
Taxi Driverଆପଣଙ୍କ ମଧୁଚନ୍ଦ୍ରିକା ଆନନ୍ଦଦାୟକ ହେଉ!