ଲିନ୍ ତାଙ୍କ ଜେଜେମା ଲୁସିଙ୍କ ସହିତ ଅଛନ୍ତି।
ଆମର ଆଜି ରାତିରେ ଗୋଟେ ଅତି ସୁନ୍ଦର ରେଷ୍ଟୁରାଣ୍ଟରେ ରିଜର୍ଭେସନ ଅଛି।
ଚାଲ ଯିବା, ମୁଁ ବିଳମ୍ବ କରିବାକୁ ଚାହୁଁନାହିଁ।
ଠିକ୍ ଅଛି।
ଓଃ... ନା, ମୋ କାର୍ ଚାବି କେଉଁଠି ଅଛି?
ତୁମେ ଜାଣିନାହଁ, ତୁମର ଚାବି କେଉଁଠି ଅଛି!
ସେଗୁଡିକ ତୁମ କୋଟ୍ ପକେଟ ଭିତରେ ଅଛି।ଲିନ୍ ତାଙ୍କ କୋଟ୍ ପକେଟଗୁଡିକ ଖୋଜିଲେ ।
ନା, ସେଗୁଡିକ ଏଠାରେ ନାହିଁ।
ସେଗୁଡିକ ତୁମ ଖଟ ତଳେ ଅଛି।
ନା, ସେଗୁଡିକ ଖଟ ତଳେ ନାହିଁ।
ସେଗୁଡିକ ତୁମ ଜୋତା ଭିତରେ ଥିବ।
ନା, ଏହା ଅଜବ କଥା!
ମୋର ଚାବିଗୁଡ଼ିକ କେଉଁଠି ଅଛି ମୁଁ ଜାଣିନାହିଁ, ଚାଲ, ଟ୍ୟାକ୍ସି କରିକି ରେଷ୍ଟୁରାଣ୍ଟକୁ ଯିବା।
ନା, ବହୁତ ଡେରି ହୋଇଗଲାଣି।
ମୁଁ ଦୁଃଖିତ।
ଠିକ୍ ଅଛି, ମୁଁ ରାତ୍ରି ଭୋଜନ ପାଇଁ କିଛି ରାନ୍ଧି ଦେଉଛି।ଲୁସି ଫ୍ରିଜ୍ର ଦୁଆର ଖୋଲିଲେ।
ଲିନ୍, ତୁମର ଚାବି ଏଠାରେ ଅଛି!