ପଦୋନ୍ନତି

ପଦୋନ୍ନତି

ବି'ଙ୍କ ବସ୍ ତାଙ୍କ ସହିତ କଥା ହେବାକୁ ଯାଉଛନ୍ତି।
Bea's bossହେଲୋ ବି, ତୁମ ପାଖରେ କାର୍ଲୋସଙ୍କ ବିଷୟରେ କଥା ହେବା ପାଇଁ ଗୋଟିଏ ମିନିଟ୍ ସମୟ ଅଛି?
Beaହଁ, ହଁ, ନିଶ୍ଚିତ ଭାବରେ।
Bea's bossତୁମେ ତାଙ୍କ ସହ କାମ କରିବାକୁ ପସନ୍ଦ କର?
Beaକାର୍ଲୋସଙ୍କ ସହ? ହଁ…
Beaସେ ଜଣେ ଭଲ ଲୋକ।
Beaକିନ୍ତୁ ସେ… ସେ…
Beaକାର୍ଲୋସ ସବୁବେଳେ ବିଳମ୍ବରେ ଆସନ୍ତି ଆଉ ମୋତେ ତାଙ୍କ କାମ କରିବାକୁ ପଡ଼େ।
Beaକେଉଁ କାମ କିପରି କରିବାକୁ ହେବ ସେ ମୋତେ କୁହନ୍ତି।
Beaଆଉ ବିଗତ ସପ୍ତାହରେ ସେ ମୋର ମଧ୍ୟାହ୍ନ ଭୋଜନ ଖାଇଥିଲେ।
Beaକାର୍ଲୋସ ସବୁଠାରୁ ଖରାପ ବ୍ୟକ୍ତି।
Bea's bossଆଚ୍ଛା.. ହଉ.. ଆଉ ମୁଁ ତାଙ୍କୁ ପଦୋନ୍ନତି ଦେବା ବିଷୟରେ ଭାବୁଥିଲି।
Bea's bossନିଯୁକ୍ତି ଅନ୍ୟ ଏକ କାର୍ଯ୍ୟାଳୟରେ ଅଛି ଏବଂ ଆମକୁ ସଠିକ୍ ବ୍ୟକ୍ତି ଖୋଜିବାକୁ ପଡିବ।
Beaଟିକେ ରୁହନ୍ତୁ… ନିଯୁକ୍ତି ଅନ୍ୟ ଏକ କାର୍ଯ୍ୟାଳୟରେ ଅଛି ?
Beaସେଥିପାଇଁ କାର୍ଲୋସ ଉପଯୁକ୍ତ।
Bea's bossକିନ୍ତୁ ତୁମେ କହିଲ ଯେ, ସେ ସବୁଠାରୁ ଖରାପ ବ୍ୟକ୍ତି।
Beaକ'ଣ? ଅବଶ୍ୟ ନୁହେଁ।
Bea's bossତୁମେ କହିଲ ଯେ, ସେ ସବୁବେଳେ ବିଳମ୍ବରେ ଆସନ୍ତି।
Beaଆରେ... ନା ମୁଁ କହୁଥିଲି ଯେ, ସେ କେବେବି ବିଳମ୍ବରେ ଆସନ୍ତି ନାହିଁ।
Beaଅନ୍ୟ କାର୍ଯ୍ୟାଳୟରେ ଏହି ନିଯୁକ୍ତି ପାଇଁ କାର୍ଲୋସ ଜଣେ ଉତ୍କୃଷ୍ଟ ବ୍ୟକ୍ତି।